ଜୀବନରେ ଏକା ଚାଲିବା ସିଖିଯିବା ଉଚିତ୍।

Share

ବନ୍ଧୁଗଣ ଆମ ଜୀବନ ରାସ୍ତାରେ ବହୁତ୍ କିଛି ଦେଖୁଥାଇ। ସୁଖ, ଦୁଃଖ, ରାଗ, ପ୍ରେମ, ଅଭିମାନ, ଷଡ଼ଯନ୍ତ୍ର ଏଭଳି ଅନେକ ଗୁଡ଼ିଏ ଭାବନାର ସମ୍ମୁଖୀନ କରିବାକୁ ପଡ଼ିଥାଏ। କିନ୍ତୁ ଏ ସବୁ ଅଳ୍ପ ସମୟ ପାଇଁ ରହିଥାଏ। ଏସବୁ ଆମ ଜୀବନରେ ହଠାତ୍ ଆସେ ଆଉ ସେହି ଭଳି ଭାବେ ହଠାତ୍ ଚାଲି ମଧ୍ୟ ଯାଏ। କିନ୍ତୁ ଗଲା ବେଳେ ଆମକୁ କିଛି ଶିକ୍ଷା ଦେଇ ଯାଇଥାଏ। ଯାହାକି ଆମକୁ ଆଗକୁ ବାଟ ଚାଲିବା ପାଇଁ ସାହାଯ୍ୟ ହୋଇଥାଏ।

ଯଦି ଆମେ କୌଣସି ଭାବନାରେ ବହି ଯାଇ ଗୋଟିଏ ସ୍ଥାନରେ ବସି ରହିବା ତେବେ ଆମେ ତାରି ମଧ୍ୟରେ ବାନ୍ଧି ହୋଇ ରହିଯିବା।ସେତେବେଳେ ଦୁନିଆ ଆଗକୁ ବଢ଼ି ଚାଲିବା କିନ୍ତୁ ଆମେ ଯେଉଁଠିକୁ ସେଇଠି ଅଟକି ଜାଇଥିବୁ। କିନ୍ତୁ ସମାଜ ସହିତ ତାଳ ଦେଇ ଚାଲିବାକୁ ହେଲେ ଆମକୁ ସବୁବେଳେ ଆଗକୁ ବଢ଼ି ଚାଲିବାକୁ ହେବ।

ଆମ ଚଲା ବାଟରେ ଆମକୁ ଅନେକ ସାଥି ମିଳିବେ ଯାହା ମନ୍ଦ୍ୟରୁ କିଏ ଲମ୍ବା ସମୟ ପର୍ଯ୍ୟନ୍ତ ତ କିଏ ଅଳ୍ପ ସମୟ ପର୍ଯ୍ୟନ୍ତ ଆମ ସାଥିରେ ରହିବେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ଆମ ସଞ୍ଜରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିବେ ନାହିଁ। ଏମିତି କି ଜନ୍ମ କଲା ମାତା ପିତା ମଧ୍ୟ ଗୋଟେ ସମୟ ଆସିଲେ ଛୁଆକୁ ଦୁନିଆ କୁ ଚିହ୍ନିବା ପାଇଁ ହାତ ଛାଡ଼ି ଦେଇଥାନ୍ତି। ତେଣୁ କରି ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଆମେ ଏକ ହିଁ ସବୁ ବେଳେ ରହିଥିବା।

ତେଣୁ କରି ଆମ ଜୀବନରେ ଯେତେ ବି ବାଧା, ହାନି, ଲାଭ, ଉଠାନି, ଗଡାଣି ଆସୁନା କାହିଁକି ଆମକୁ କେଉଁଠାରେ ବାନ୍ଧି ହୋଇ ନ ରହି କିମ୍ବା କାହା ଉପରେ ନିର୍ଭର ଶିଳ ନ ହୋଇ ଜୀବନ ପଥରେ ସର୍ବଦା ସବୁକୁ ଆପଣେଇ ସବୁଠାରୁ କିଛି ନା କିଛି ଶିଖି ଜୀବନ ପଥରେ ଆଗକୁ ବଢ଼ି ଚାଲିବା ଉଚିତ୍।


Share
  •  
  •  
  •  
  •  
  •  
  •  
  •  
  •  

Leave a Comment

Your email address will not be published. Required fields are marked *