ଅଜାଣତରେ ମଣିଷ ନିଜେ ହିଁ ନିଜର personality ଅନ୍ୟ ସାମ୍ନାରେ ଖରାପ୍ କରିଥାଏ।

Share

ବନ୍ଧୁଗଣ ମଣିଷ ଯେତେବେଳେ କୌଣସି ନୂଆ ଲୋକ ସହିତ ମିଶୁଚି ସେମାନେ ଉଭୟ ଉଭୟଙ୍କ ପାଇଁ ସମ୍ପୂର୍ଣ ଭାବରେ ନୂଆ ଥାନ୍ତି। ପରେ ଧୀରେ ଧୀରେ ଯେଉଁ ଭଳି ଭାବେ ଆପଣ ନିଜକୁ ଅନ୍ୟ ସାମ୍ନାରେ ଦେଖନ୍ତି ସେମାନେ ସେହି ଭଳି ଭାବରେ ଆପଣଙ୍କ ଛବି ନିଜ ମନରେ ତିଆରି କାରିଦେଇଥାନ୍ତି। ସେଥି ପାଇଁ ତ ଇଂରାଜୀ ରେ ଗୋଟିଏ କଥା ଅଛି first impression is the last impression.

ତେବେ ସାଧାରଣତଃ ମଣିଷ ଯେତେବେଳେ କୌଣସି ନୂଆ ବ୍ୟକ୍ତି ଙ୍କ ସହିତ ପରିଚିତ ହୋଇଥାନ୍ତି, ଏହି ୩ଟି କଥା ବିଷୟରେ ଧ୍ୟାନ ଦେବା ଉଚିତ୍। ଯାହାକି ଆପଣଙ୍କ ପ୍ରଥମ ଦେଖା କୁ ବହୁତ୍ ସମୟ ପର୍ଯ୍ୟନ୍ତ ବଜାୟ ରଖିବ।

୧.ଆପଣ ଯାହା ସେଇଆ ହିଁ ଅନ୍ୟ ସାମ୍ନାରେ ଦେଖନ୍ତୁ।

ମଣିଷ ପ୍ରଥମ ଭୁଲ କଣ କରେ ନା ସେ ପ୍ରଥମ ଦେଖରେ ହିଁ ଅନ୍ୟକୁ impress କରିବା ପାଇଁ ଯେବେ ସମ୍ଭବ ଚେଷ୍ଟା କରିଥାଏ। ଏମିତି କି ଯାହା ସିଆ ନୁହେଁ ତାହା ମଧ୍ୟ ଦେଖେଇ ହୋଇଯାଇଥାଏ। ତେବେ ସେ ପ୍ରଥମ ଦେଖାରେ ତ ଅନ୍ୟ ସାମ୍ନାରେ ନିଜର best ଦେଇକି ତାଙ୍କୁ impress କରିଦେବ।କିନ୍ତୁ କେତେ ଦିନ ସେ ନିଜର best ଦେଇପାରିବ?, ଆଉ କେତେ ଦିନ ସେ ଯାହା ନୁହେଁ ତାହା ଦେଖେଇ ପାରିବ? ଅନ୍ତିମାରେ ସେ ଯେତେବେଳେ ଧୀରେ ଧୀରେ ନିଜର ଅସଲ ସାଧାରଣ ଚରିତ୍ର କୁ ଫେରିବ, ସାମ୍ନା ବଲା ତ ମଧ୍ୟରେ ପରିବର୍ତ୍ତନ ଦେଖିପାରିବ ଆଉ ଯାହାକି ସେ ସେ ମଣିଷ ବିଷୟରେ ଆକଳନ କରିଥିବା ତାଠାରୁ ଅଲଗା ହୋଇଥିବା। ଆଉ ମଣିଷ ଏତେ ଶୀଘ୍ର ପରିବର୍ତ୍ତନ କୁ ଆପଣେଇ ପାରେନାହିଁ। ଯାହା ଫଳରେ ସମ୍ପର୍କ ଭିତରେ ଫାଟ ସୃଷ୍ଟି ହୋଇଥାଏ।

୨.ପ୍ରଥମ ଦେଖାରେ ମଧ୍ୟ ଆପଣଙ୍କ ନାପସନ୍ଦ କାର୍ଯ୍ୟ ହେଉଛି ତେବେ ସେଇଠାରେ ହିଁ ବିରୋଧ କରନ୍ତୁ।

ସାଧାରଣତଃ କାହାର ପ୍ରଥମ ଦେଖାରେ ଯଦି କିଛି ଏପରି କାର୍ଯ୍ୟ ହେଉଛି ଯାହାକି ପସନ୍ଦ ନୁହେଁ, କିନ୍ତୁ ତଥାପି ସେ ଏହା ବିରୁଦ୍ଧରେ କୌଣସି ସ୍ୱର ଉତଳନ କରନ୍ତି ନାହିଁ। ସେମାନେ ଏହାକୁ ଚାଲେଇଦିଆନ୍ତି ନା ତ ଭବନ୍ତିଯେ ଯଦି ସେ ସେଠାରେ ସେ କିଛି କହିବେ ତେବେ ସାମ୍ନା ଲୋକଙ୍କୁ ଅପମାନ ଲାଗିବ। କିନ୍ତୁ ଏହା ସବୁଠୁ ବଡ଼ ଭୁଲ ଯଦି ଆପନଙ୍କ ନିଛି ନାପସନ୍ଦ କାର୍ଯ୍ୟ ହେଉଛି ତେବେ ଆପଣ ତାଙ୍କୁ ବହୁତ୍ ସରଲତା ସହିତ ବୁଝେଇ ପାରିବେ। ଆଉ ସାମ୍ନା ବାଲା ସେଠାରେ ବୁଝିବାର ଅଧିକ ଥାଏ ଏବଂ ସେ ଆଗକୁ ଧ୍ୟାନ ରଖିବେ ଯେ ଆପଣଙ୍କୁ ଏହା ପସନ୍ଦ ନୁହେଁ। କିନ୍ତୁ ଯଦି ଆପଣ ଏପରି କରିବେ ନାହିଁ ତେବେ ତାଙ୍କ ସାହସ ଆହୁରି ଅଧିକ ହୋଇଯିବ ଆଉ ପରେ ସେ ଏହା ଆହୁରି ଅଧିକ କରିବାକୁ ଲାଗିବ ଯାହାକି ବୋଧ ହୁଏ ଆପଣଙ୍କୁ ସହ୍ୟ ହେବ ନାହିଁ। ଆଉ ଆପଣ ସମ୍ପର୍କ ଖରାପ୍ ହେବାର ସମ୍ଭାବନା ଅଧିକ ହୋଇଥାଏ।

୩. ପ୍ରଥମ ଦେଖାରେ କାହା ସହିତ ସମ୍ପୂର୍ଣ ନିକଟତର ହୁଅନ୍ତୁନାହିଁ।

କେତେକ ସ୍ଥାନରେ ଅନେକ ଲୋକ ପରସ୍ପର ସହିତ ପ୍ରଥମ ଦେଖାରେ ହିଁ ଅଧିକ ନିକଟତର ହୋଇଯାଇ ଥାନ୍ତି। କିନ୍ତୁ ଏହା ମଧ୍ୟ ତ ହୋଇ ପରେ କି ସେ ମଣିଷ ନିଜକୁ ଯାହା ଦେଖାଉଛି ସେ ପ୍ରକୃତରେ ସେ ସେଇଆ ନୁହେଁ। ଏହା ଦ୍ଵାର ତାଙ୍କୁ ଭବିଶ୍ୱତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ସେଥିପାଇଁ ପ୍ରତ୍ୟେକ ମଣିଷକୁ ପ୍ରଥମେ ଧୀରେ ଧୀରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତାର ଭଲ ଗୁଣ ଖରାପ୍ ଗୁଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଏସବୁ ଜାଣିବା ପରେ ଯଦି ଆପଣଙ୍କୁ ଏହା ଅନୁଭବ ହେବା ଯେ ସେହି ମଣିଷର ନିକଟତର ହେବା ଉଚିତ୍ ତେବେ ଆପଣ ଧୀରେ ତାର ନିକଟତର ହୋଇ ପାରିବେ।

ସାବଧାନ…

ତେବେ ଏହି ତିନୋଟି ସର୍ତ୍ତ କେବଳ ଆପଣଙ୍କ ଦୈନନ୍ଦିନ ଜୀବନରେ ଦେଖାହେଉଥିବ ଲୋକଙ୍କ ସହିତ ପ୍ରଯୁଜ୍ୟ ହୋଇଅଛି। କିନ୍ତୁ ଏହା ଆପଣଙ୍କ professional ଜୀବନରେ ବା ଯାହାଙ୍କ ସହିତ ଆପଣ ଲମ୍ବା ସମୟ ପରେ କୋଚିତ୍ ଭେଟ ହୋଇଥାନ୍ତି, ତାଙ୍କ ସହିତ ଉପଯୁକ୍ତ ହୋଇ ନଥାଏ।


Share
  •  
  •  
  •  
  •  
  •  
  •  
  •  
  •  

Leave a Comment

Your email address will not be published. Required fields are marked *